ଓଲଟିଲା ତୀର୍ଥଯାତ୍ରୀ ବସ୍; ଜଣେ ମୃତ, ୨୦ ଆହତ
ସୋର: ପହିଲି ରଜରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଜଣେ ଯାତ୍ରୀ ମୃତ, ୨୦ ଆହତ । ବାଲେଶ୍ଵର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଶ୍ରୀ ଲକ୍ଷ୍ମୀ ନାମକ ଘରୋଇ ବସରେ ତୀର୍ଥଯାତ୍ରୀ ମାନେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ରୁ କୋଲକାତା ବୁଲିବାକୁ ଯାଇଥିଲେ । କୋଲକାତାରୁ ପୁରୀ ଫେରୁଥିବା ବେଳେ ସୋରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଭାରସାମ୍ୟ ହରାଇ ବସଟି ଡିଭାଡରରେ ପିଟି ହୋଇଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡି ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବା ସୂଚନା ରହିଛି ।
