Image 2026 04 13t165910.457

କୁଲୁବା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଥିବା ସୂଚନା; ସର୍ଚ୍ଚ ଅପରେସନ ଜାରି

Spread the love

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୁଲୁବା ଅଞ୍ଚଳରେ ପୁଣି ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ସଶସ୍ତ୍ର ସନ୍ଦିଗ୍ଧ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜିଲ୍ଲା ପୋଲିସ, ଡିଭିଏଫ୍ ଓ ବନ ବିଭାଗ ମିଳିତ ଭାବେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି କୁଲୁବା ଜଙ୍ଗଲ ଅଞ୍ଚଳରୁ କିଛି ସନ୍ଦିଗ୍ଧ ବ୍ୟକ୍ତି ଗାଁ ଅଭିମୁଖେ ଆସିଥିବା ଦେଖିବାକୁ ମିଳିଥିଲା । ସେମାନେ ଅସ୍ତ୍ରଶସ୍ତ୍ର ଧରିଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ଜଙ୍ଗଲ ଭିତରେ ସନ୍ଦିଗ୍ଧଙ୍କ ଠିକଣା ଖୋଜିବା ପାଇଁ ଆଧୁନିକ ଡ୍ରୋନ୍ ପ୍ରଯୁକ୍ତିର ମଧ୍ୟ ସହାୟତା ନିଆଯାଉଛି ।

ସ୍ଥାନୀୟ ଲୋକଙ୍କୁ ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି । ଏହାସହ ଜଙ୍ଗଲ ଅଞ୍ଚଳକୁ ଏକାକୀ ନଯିବା ଓ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଭିଯାନ ଜାରି ରହିଥିବା ବେଳେ ସୁରକ୍ଷା ବାହିନୀର ରିପୋର୍ଟ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

 

Leave a Reply

Your email address will not be published. Required fields are marked *