Rajnagar

ପେଣ୍ଠ ସମୁଦ୍ର କୂଳରେ ଧସିଲା ୨୦୦ ଫୁଟ ପଥର ବନ୍ଧ

Spread the love

ରାଜନଗର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପେଣ୍ଠ ସମୁଦ୍ର କୂଳରେ ଧସିଲା ୨୦୦ ଫୁଟ ପଥର ବନ୍ଧ ।  ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଶାନ୍ତ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପେଣ୍ଠ ସମୁଦ୍ର ।  ବିପଦରେ ଜିଓ ଟିୟ୍ୟୁବ ।  ସମୁଦ୍ରର ଉଚ୍ଚ  ଜୁଆର ମାଡ଼ରେ ସମୁଦ୍ର କୂଳ ରେ ନିର୍ମାଣ ହୋଇଥିବା ଲୁଣା ଘେରି ବନ୍ଧ ୨୦୦ ଫୁଟ ଲମ୍ବର ଧସି ଯାଇଛି ।  ସମୁଦ୍ର ଦାଉ ରୁ ରକ୍ଷା କରିବା ପାଇଁ ଏହି ଲୁଣା ଘେରି ବନ୍ଧ ନିର୍ମାଣ କରାଯାଇଥିଲା ।  ଏତେ ଲମ୍ବର ବନ୍ଧ ଧସି ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଗକୁ ବାତ୍ୟା ର ପ୍ରକୋପ ବଢିବା ପାଇଁ ଥିବା ବେଳେ ବନ୍ଧ ର ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି ।  ସମୁଦ୍ର କୂଳରେ ସୁରକ୍ଷା ପ୍ରାଚୀର ୨୦୦ ଫୁଟ ଧସି ଥିବାରୁ ଜଳ ସଂପଦ ବିଭାଗର କାର୍ଯ୍ୟ ଦକ୍ଷତା କୁ ନେଇ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *