1793109877 1793109820 vlcsnap 2026 10 27 19h31m51s159

‘ଅର୍ଣ୍ଣବ’ ମୁକାବିଲା ପାଇଁ ପୂର୍ବତଟ ରେଳପଥର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଯୁଦ୍ଧକାଳୀନ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ

Spread the love

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ମୁକାବିଲା କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଏହି ବାତ୍ୟା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ରାୟଗଡ଼ା ରେଳ ମଣ୍ଡଳ ଅଧୀନରେ ଥିବା ରେଳପଥର କେତେକ ଅଞ୍ଚଳ ଅଧିକ ବିପଦପ୍ରବଣ ରହିଛି ।

ଭୁବନେଶ୍ୱର ସ୍ଥିତ ରେଳ ସଦନରେ ଏକ ଯୁଦ୍ଧକାଳୀନ ନିୟନ୍ତ୍ରଣ କକ୍ଷ ସକ୍ରିୟ କରାଯାଇଛି । ସମସ୍ତ ମଣ୍ଡଳ ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ସମ୍ଭାବ୍ୟ ବିପଦପ୍ରବଣ ସ୍ଥାନଗୁଡ଼ିକରେ ରେଳପଥ ଯାଞ୍ଚ ବୃଦ୍ଧି କରାଯିବା ସହ ଅତିରିକ୍ତ ପାଟ୍ରୋଲମ୍ୟାନ୍ ଓ ୱାଚମ୍ୟାନ୍ ନିୟୋଜିତ କରାଯାଇଛି । ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ବେଦନଶୀଳ ରେଳଖଣ୍ଡଗୁଡ଼ିକର ତଦାରଖ ନିମନ୍ତେ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ବାତ୍ୟା ମୁକାବିଲା ପାଇଁ ମୌସୁମୀକାଳୀନ ରିଜର୍ଭ ଟ୍ରେନ୍, ଡିଜେଲ ଲୋକୋମୋଟିଭ୍, ଟାୱାର ୱାଗନ୍, ଭାରୀ ଯନ୍ତ୍ରପାତି, ଇଞ୍ଜିନିୟରିଂ ଉପକରଣ ଓ ପୁନରୁଦ୍ଧାର ସାମଗ୍ରୀକୁ ରଣନୈତିକ ସ୍ଥାନଗୁଡ଼ିକରେ ପ୍ରସ୍ତୁତ ରଖାଯାଇଛି । ଦୁର୍ଘଟଣା ରିଲିଫ୍ ଟ୍ରେନ୍, ଡାକ୍ତରୀ ଦଳ, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସୁବିଧା ମଧ୍ୟ ପ୍ରସ୍ତୁତ ରଖାଯାଇଛି । ବାତ୍ୟାର ଗତିବିଧି ଉପରେ ନଜର ରଖିବା ପାଇଁ ପାଣିପାଗ ବିଭାଗ ଓ ଓଡ଼ିଶା ସରକାରଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରାଯାଉଛି ।

Leave a Reply

Your email address will not be published. Required fields are marked *