Whatsapp image 2026 10 27 14 18

କଙ୍କଡ଼ା ଧରିବାକୁ ଯାଇ ୨୦ ମତ୍ସ୍ୟଜୀବୀ ନିଖୋଜ

Spread the love

କେନ୍ଦ୍ରାପଡା : କାଳ ହେଲା କଙ୍କଡ଼ା ଧରା । ଗଭୀର ସମୁଦ୍ରକୁ କଙ୍କଡ଼ା ଧରିବାକୁ ଯାଇ ୨୦ ମତ୍ସ୍ୟଜୀବୀ ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପେଟଛେଲା ପଞ୍ଚାୟତର ୨୦ରୁ ଅଧିକ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବାର ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ପେଟଛେଲା ପଞ୍ଚାୟତ ୨୦ରୁ ଅଧିକ ମତ୍ସ୍ୟଜୀବୀ ମାଛ ଓ କଙ୍କଡ଼ା ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ଆସିଥିଲା । ଏହାପରେ ହଠାତ ମତ୍ସ୍ୟଜୀବୀମାନେ ଲଞ୍ଚଗୋଲା ଦୀପପୁଞ୍ଜରେ ଫସି ଯାଇଥିବା ସୂଚନା ମିଳିଛି । ସପ୍ତାହକ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ ମତ୍ସ୍ୟଜୀବୀ ।

ସେପଟେ ମତ୍ସ୍ୟଜୀବୀ ନିଖୋଜ ଘଟଣାରେ ଜିଲ୍ଲାପାଳ ରଘୁରାମ ଆୟରଙ୍କ ସୂଚନା ଦେଇଛନ୍ତି ଯେ, ଘଟଣା ଉପରେ ନଜର ରଖିଛନ୍ତି ରାଜନଗର DFO । ଦୀପପୁଞ୍ଜରେ କେହି ନଥିବା ପାଟ୍ରୋଲିଂ ବେଳେ ଜଣାପଡିଛି । ସେମାନଙ୍କୁ ଠାବ ପାଇଁ ଅହରହ ଉଦ୍ୟମ କରାଯାଉଛି ।

Leave a Reply

Your email address will not be published. Required fields are marked *