ସିଲିଗୁଡ଼ିରୁ ଦିଲ୍ଲୀ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଦେଶର ଦ୍ବିତୀୟ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ। ଏହାପୂର୍ବରୁ ମୁମ୍ବାଇ-ଅହମଦାବାଦ କରିଡରର ୫୦୮ କିମି ଦୀର୍ଘ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ। ବୈଷ୍ଣବ କହିଛନ୍ତି, ପଶ୍ଚିମବଙ୍ଗ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଦିଲ୍ଲୀ ଓ ସିଲିଗୁଡ଼ିକୁ ଲକ୍ଷ୍ନୌ, ବାରାଣସୀ ଓ ପାଟନା ଦେଇ ସଂଯୋଗ କରିବ। ବୈଷ୍ଣବ କୋଲକାତା ଗସ୍ତ ବେଳେ ମେଟ୍ରୋ ଟ୍ରେନ୍‌ରେ ବସିବା ସହିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନୀ ବିଜୟ ଓ ପଶ୍ଚିମବଙ୍ଗକୁ ତୃଣମୂଳ କଂଗ୍ରେସ ଶାସନରୁ ରକ୍ଷା କରିଥିବା ପାଇଁ ଶୁଭେଚ୍ଛା ଜଣାଇଥିଲେ।