Morabi

ବାଇକ-କାର୍ ଧକ୍କାରେ ୫ ମୃତ

Spread the love

ଗୁଜରାଟ : ମୋରବିର ହଲବଦ ଅଞ୍ଚଳରେ ଚରାଡବା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ବାଇକରେ ଥିବା ଜଣେ ଘଟଣାରେ ଗୁରୁତର ରହିଛନ୍ତି ।

ଖବର ମୁତାବକ, ସଡ଼କ ଦୁର୍ଘଟଣାରେ କାରରେ ଥିବା ୭ ଜଣ ଲୋକ ରହିଥିଲେ । ସମସ୍ତେ ହଲବଦ ଗାଁର । ସମସ୍ତେ କୌଣସି କାମ ପାଇଁ ଚରାବଡ ଗାଁ ନିକଟରେ ଅଜଣାଗାଡ଼ି ପଛରୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଘଟଣା ସ୍ଥଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିଲା । ଅନ୍ୟ ଦୁଇ ଜଣଙ୍କର ହସପିଟାଲରେ ମୃତ୍ୟୁ ହୋଇଥିଲା ।

ସୂଚନା ମିଳିବା ପରେ ପୋଲିସ ଟିମ୍ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରୁଛି ।

ସେହିପରି ଆଉ ଏକ ଘଟଣା ହଲବଦରେ ଘଟିଛି । ଜଣେ ଯୁବକ ବାଇକ ଯୋଗେ ହଲବଦ ଆଡକୁ ଯାଉଥିବା ବେଳେ ମାନସର ଗାଁ ନିକଟରେ ବାଇକ୍ ଖସିଯିବାରୁ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଅଞ୍ଚଳରେ ଲଗାତାର ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *