କଂଗ୍ରେସର ନିର୍ବାଚନ ପ୍ରଚାରରେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ତୁମେ (ଖଡ଼ଗେ) ମଧ୍ୟ ଏପରି ଅଭିଯୋଗ ବାରମ୍ବାର କରିଥିଲ ବୋଲି ବେବୀ ଚିଠିରେ ଲେଖିଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଦୁଇଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ଖଡ଼ଗେଙ୍କ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ପ୍ରଣବ ଝାଙ୍କ ନାମ ଘୋଷଣା କରିବା ପାଇଁ ଜେଏମ୍‌ଏମ୍‌ ସମାନ ଭାବରେ ବିରକ୍ତ ହୋଇଛି। ସୂଚନା‌ଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଉଭୟ ଆସନରୁ ନିଜ ପ୍ରାର୍ଥୀ ଦେବାକୁ ଚାହୁଁଥିଲେ।