Vadodara

ଟ୍ରକରୁ ଧକ୍କା ଦେଲା ବସ୍, ୬ ମୃତ, ୨୦ ଆହତ

Spread the love

ଭଡୋଦରା: ଗୁଜରାଟର ଭଡୋଦରା-ଜରୋଦ୍ ରାସ୍ତାରେ ବୁଧବାର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କୋଟାମ୍ବି ଗାଁ ନିକଟରେ ହାଇୱେରେ ଏକ ବସ୍ ସହିତ ଟ୍ରକ୍ ଧକ୍କା ହୋଇଛି । ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବସରେ ଥିବା ଅନ୍ୟ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ନିଦରେ ରହିଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇଁ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରିଥିଲା । ପୋଲିସ ଦୁର୍ଘଟଣାର କାରଣ ଖୋଜି ଯାଞ୍ଚ କରୁଛି ।

ଖବର ମୁତାବକ, ହାଇୱେରେ ଯାଉଥିବା ଏକ ବିଳାସପୂର୍ଣ୍ଣ ବସ୍ ହଠାତ୍ ଦ୍ରୁତ ଗତିରେ ଆସି ଏକ ଟ୍ରକ୍ କୁ ପଛପଟରୁ ଧକ୍କା ଦେଇଥିଲା । ଭୟଙ୍କର ଧକ୍କାରେ ବସର ଆଗ ଅଂଶ ଭାଙ୍ଗି ଯାଇଥିଲା । ଜୋରଦାର ଧକ୍କା ଯୋଗୁଁ ବସ୍ ଭିତରେ ଥିବା ପାଞ୍ଚ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟଯାତ୍ରୀମାନେ ବସ୍ ଭିତରେ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକ ଦୁର୍ଘଟଣା ଶବ୍ଦ ଶୁଣିବା ପରେ ସହାୟତା ପାଇଁ ଦୌଡି ଆସିଥିଲେ । ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରି ଭିତରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜାରୋଦ୍ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତକଙ୍କ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି । ବସ୍ ଡ୍ରାଇଭରର ଘଟଣା ସ୍ଥଳରେ ଜୀବନ ଚାଲିଯାଇଛି । ଅମରୋଲିରୁ ସୁରତ ଯାଉଥିବା ବସ୍ ଡ୍ରାଇଭରର ଦାୟିତ୍ବହୀନତା ପାଇଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଦୁର୍ଘଟଣାର କାରଣ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *