ଉଦ୍ଧବ ଠାକ୍ରେଙ୍କୁ ଝଟ୍କା: ଏକନାଥଙ୍କୁ ସମର୍ଥନ ଘୋଷଣା କଲେ ୬ ସାଂସଦ
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି)କୁ ବଡ଼ ଝଟ୍କା ଲାଗିଛି। ଡେପୁଟି ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାକୁ ଦଳର ୬ ଜଣ ସାଂସଦ ସମର୍ଥନ ଜଣାଇଛନ୍ତି। ଏକନାଥ ସିନ୍ଦେରେ ଯୋଗଦେବାକୁ ଥିବା ସାଂସଦମାନଙ୍କ ମଧ୍ୟରେ ସଞ୍ଜୟ ଯାଦବ, ସଞ୍ଜୟ ଦେଶମୁଖ, ନାଗେଶ ପାଟିଲ ଅଷ୍ଟିକର, ଓମ୍ରାଜେ ନିମ୍ବଲକର, ଭାଉସାହେବ ଭାକଚୌରେ ଏବଂ ସଞ୍ଜୟ ଦିନା ପାଟିଲ ଅଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ସାଂସଦ ଏବଂ ନେତା ସଞ୍ଜୟ ରାଉତ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି, ଏହି ସମ୍ଭାବ୍ୟ ବିଭାଜନକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ସମୟରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ତାଙ୍କର ବୟାନ ଅନୁଯାୟୀ ଏକ ବଡ଼ ରାଜନୈତିକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ବୋଲି ଆକଳନ କରିଛି।
୨୦୨୨ରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ଗୋଟିଏ ଗୋଷ୍ଠୀ ଦଳରୁ ବାହାରିଯିବାରୁ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯାଇଥିଲା। ଏବେ ଶିବସେନା(ୟୁବିଟି)ରୁ ସାଂସଦମାନଙ୍କୁ ଅନ୍ୟ ଦଳକୁ ନେଇଯିବା ପାଇଁ ଉଦ୍ୟମ ଚାଲିଥିବାବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଦଳର ଦ୍ୱାର ଖୋଲା ରହିଛି ବୋଲି ମଙ୍ଗଳବାର ଶିବସେନା ନେତା ପ୍ରତାପ ସରନାଏକ କହିଛନ୍ତି।
