Forge sign e1781708374369 300x163

ଉପବାଚସ୍ପତିଙ୍କ ଦସ୍ତଖତ ନକଲ କରି ବନ୍ଧା ହେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

Spread the love

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ଉପବାଚସ୍ପତିଙ୍କ ଦସ୍ତଖତ ନକଲ କରି ବଦଳି ଆଦେଶ ହାତେଇବା ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍। ଅନ୍ୟ ଜଣେ ବାଂଶପାଳ ବ୍ଲକର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମୋନାଲିସା ବେହେରାଙ୍କୁ ଖୋଜୁଛି ପୋଲିସ ।

ଏହି ଦୁଇ ଯନ୍ତ୍ରୀ ଉପବାଚସ୍ପତିଙ୍କ ନାଁରେ ନକଲି ଲେଟର ପ୍ୟାଡରେ ଦସ୍ତଖତରେ ସୁପାରିସ କରି ସୁନ୍ଦରଗଡ଼ ଜିଲ୍ଲା ବଦଳି କରାଇବାକୁ ସକ୍ଷମ ହୋଇଥିଲେ। ଉପବାଚସ୍ପତିଙ୍କ ଜାଲ ଦସ୍ତଖତ ସହ ଷ୍ଟାମ୍ପ ଓ ନକଲି ଲେଟର ପ୍ୟାଡ ତିଆରି କରିଥିଲେ । ଉପବାଚସ୍ପତିଙ୍କ ବିଧାନସଭା କ୍ଷେତ୍ରକୁ ଦୁଇ ଯନ୍ତ୍ରୀ ବଦଳି ହୋଇଥିବାରୁ ଏହାକୁ କେହି ସନ୍ଦେହ କରୁନଥିଲେ। ପରବର୍ତ୍ତୀ ସମୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏନେଇ ଉପବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାପରେ ଜାଲିଆତି ଧରାପଡ଼ିବା ସହ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା। ଗତ ୧୩ ତାରିଖରେ ଉପବାଚସ୍ପତି ଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ ଶା ଥାନାରେ ଅଭିଯୋଗ କରିଥିଲେ । ଏନେଇ BNS 319(2),363(3),340(2),3(5),318(4), IT act 66(c) ମାମଲା ରୁଜୁ କରି ଏବେ ଜଣେ ଯନ୍ତ୍ରୀ ଗିରଫ କରାଯାଇଛି । ଆଉ ଜଣଙ୍କୁ ଖୋଜୁଛି ପୋଲିସ।

Leave a Reply

Your email address will not be published. Required fields are marked *