ବୃଦ୍ଧାକୁ ଦଳି ଦେଲା ହାତୀ
ବଣାଇ: ଶୌଚ କରିବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଲା ହାତୀ । ନିର୍ମମ ଭାବେ ବୃଦ୍ଧାଙ୍କୁ ମାରିଲା । ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଛଅ ଟିକିଆ ହାତୀ ଦଳ ଆସିଥିବା ବେଳେ ବନ ବିଭାଗ ତାଙ୍କୁ ଘଉଡାଇଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଫେରି ଆସିଛି ।
ଆଜି ସାଲେଇଡିହି ଗାଁର ୬୦ ବର୍ଷୀୟା ଜମୁନା ମାହାନ୍ତ ସକାକୁ ଶୌଚ କରିବାକୁ ଯାଇଥିଲେ । ହଟାଠ ହାତୀ ସାମ୍ନାକୁ ପଳାଇ ଆସି ବୃଦ୍ଧାକୁ ଦଳିଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି ହାତୀକୁ ଘଉଡାଇବା ପାଇଁ ଟିମ ଗଠନ କରିବ ।
ଅନ୍ୟପଟେ, ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ । ଆନନ୍ଦପୁର ପୌରପରିଷଦ ନମ୍ବର ୱାର୍ଡରେ ଦନ୍ତା । ସକାଳୁ ପୌର ପରିଷଦର ୭ ନମ୍ବର ୱାର୍ଡରେ ଦନ୍ତା ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି ।
