Snake bite e1780760763939 300x171

ସର୍ପାଘାତରେ ଚାଲିଗଲା ୨ ଜୀବନ

Spread the love

ଅନୁଗୋଳ: ସାପ କାମୁଡ଼ାରେ ଦୁଇ ମୃତ। ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ । ପୋକତୁଙ୍ଗା ଷଣ୍ଢଛକ ସାହିରେ ସାପ କାମୁଡାରେ ଜଣେ ମହିଳା ମୃତ । ଶରଧାପୁର ପଞ୍ଚାୟତ ବେତର ଗାଁରେ ସାପ କାମୁଡାରେ ଜଣେ ଯୁବକ ମୃତ ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି।

ସେହିପରି ତିନିଦିନ ତଳେ ମଧ୍ୟ ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ବେଲଦା ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଜଣଙ୍କ ଜୀବନ ଯାଇଥିଲା । ଯାହାଙ୍କ ନାମ ହେଉଛି ପାଗଳ ଦେହୁରୀଙ୍କ ପୁଅ ସିପୁ । ରାତିରେ ସିପୁ ଖାଇବା ପରେ ଶୋଇବାକୁ ଯାଇଥିଲା । ରାତି ୩ରୁ ତାକୁ ସାପ କାମୁଡି ଦେଇଥିବା କହିବା ପରେ ପରିବାର ଲୋକେ ପ୍ରଥମେ ତାକୁ ସାଇଁକୁଳ ମେଡିକାଲକୁ ନେଇଯାଇଥିଲେ ହେଲେ ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଆନନ୍ଦପୁର ମେଡିକାଲକୁ ନେଇ ଆସିବାପରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *