Rain

ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼

Spread the love

ଭୁବନେଶ୍ୱର  :  ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି ।  ଭୁବନେଶ୍ବରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ।  କୁଆପଥର ବର୍ଷା ଯୋଗୁ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି।  ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ ।  ପବନରେ ଭାଙ୍ଗିଲା ଗଛ, ଉଡ଼ିଲା ଛପର । ଛାରଖାର ହୋଇଗଲା ଭୁବନେଶ୍ବର ଜନତା ମଇଦାନ ରଜ ଉତ୍ସବ ବନ୍ଧା ଯାଇଥିବା ଟେଣ୍ଟ। ଅପରାହ୍ଣରେ ହଠାତ ରାଜଧାନୀରେ ବହିଲା ୪୦ରୁ ୫୦ କିଲୋମିଟର ବେଗରେ ପବନ ।  ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ । କୁଆ ପଥର ବର୍ଷା ହେବାରୁ ପଥଚାରୀ ଅସ୍ତବ୍ୟସ୍ତ ହୋଇପଡିଲେ । ଗାଡିମୋଟର ରାସ୍ତା ପାର୍ଶ୍ବରେ ଥୋଇ ଆଶ୍ରୟ ପାଇଁ ସୁରକ୍ଷିତ ସ୍ଥାନ ଖୋଜିଲେ । ଝଡ଼ବର୍ଷାରେ ବିଭିନ୍ନ ସ୍ଥାନରେ ଭାଙ୍ଗିଯାଇଥିଲା ଗଛ। ଜୟଦେବବିହାର, ସିଆରପି, ନୟାପଲ୍ଲୀ ଆଦି ଅଞ୍ଚଳରେ ଭାଙ୍ଗିଲା ଗଛ। ରାସ୍ତାରେ ଗଛ ଭାଙ୍ଗି ପଡ଼ିଥିବା ସହ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିଲା ଟ୍ରାଫିସ ସମସ୍ୟା।

ସେପଟେ ତାତିରୁ ଆଶ୍ବସ୍ତି ଆଣିଛି କୁଆ ପଥର ବର୍ଷା । ରାଜଧାନୀରେ କାଳବୈଶାଖୀ ପ୍ରଭାବରେ ଖସିଛି ପାରଦ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୪ ଡିଗ୍ରୀ ଯାଏଁ ତଳକୁ ଖସିଥିବା ବେଳେ ହିଟ୍ ଇଣ୍ଡେକ୍ସ ୨୨ ଡିଗ୍ରୀ ଯାଏଁ ତଳକୁ ଖସିଲା । ଏପଟେ ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟରେ ଆରମ୍ଭ ହୋଇପାରେ ପାକ୍ ମୌସୁମୀ ବର୍ଷା । ଜୁନ୍ ଦ୍ୱିତୀୟ ସପ୍ତାହ ବେଳକୁ ବଙ୍ଗୋପସାଗରରେ ହୋଇପାରେ ଲଘୁଚାପ । ଏହି ଲଘୁଚାପ ମୌସୁମୀ ବାୟୁକୁ ସକ୍ରିୟ କରାଇ ଓଡ଼ିଶା ଆସିବାକୁ ବାଟ ଫିଟାଇବ ବୋଲି ଅଗୁଆ ଆକଳନ କରିଛି ପାଣିପାଗ ବିଭାଗ। ଆଜିର ବର୍ଷା ଟିକେ ଆଶ୍ବସ୍ତି ଆଣିଛି ।  ତା ସହ ୧୧ଜିଲ୍ଲାକୁ କାଳବୈଶାଖୀ ନେଇ ଆଲର୍ଟ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *