1791045221 mad sandhu

ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଗୁଳି କରି ହତ୍ୟା

Spread the love

ଅମୃତସର: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧୁସୂଦନ ଓର୍ଫ ମ୍ୟାଡ ସନ୍ଧୁଙ୍କୁ ଗୁଳି କରି ହତ୍ୟା କରାଯିବାର ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ କିଛି ଦିନ ହେଲା ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳି ଆସୁଥିଲା। ଏକାଧିକ ଗୁଳି ବାଜିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ପଞ୍ଜାବ ପୋଲିସ ତାଙ୍କ ମୃତ୍ୟୁ ପୁଷ୍ଟି କରିଛି। କ୍ୟାଣ୍ଟନମେଣ୍ଟ ଥାନା ଲୋହାରକା ରୋଡ ଅଞ୍ଚଳରେ ବାଇକ୍ ରେ ଆସିଥିବା ଦୁଇ ଅଜ୍ଞାତନ ଆତତାୟୀ ଏହି ଗୁଳିକାଣ୍ଡ ଭିଆଇଛନ୍ତି। ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଇନଫ୍ଲୁଏନ୍ସରଙ୍କୁ ହତ୍ୟା କରିବା ପରେ ଦୁଇ ଆତତାୟୀ ବାଇକ୍ ରେ ଫେରାର ହୋଇଯାଇଛନ୍ତି। ଘଟଣାର ସୂଚନା ମିଳିବାମାତ୍ରେ ପୋଲିସ ସହରର ସବୁ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ସିଲ୍ କରି ଯାଞ୍ଚ ଆରମ୍ଭ କରିଛି। ତେବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସୂଚନା ମିଳି ନାହିଁ। ଘଟଣାସ୍ଥଳରେ ଥିବା ଲୋକେ ସନ୍ଧୁଙ୍କୁ ପୋଲିସ ସହାୟତାରେ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳକୁ ପହଞ୍ଚିଥିବା ଏଡିସିପି ଭେନିଲା ଏହି ଘଟଣା ସନ୍ଧ୍ୟା ପାଖାପାଖି ୬ଟା ବେଳେ ଲୋହାରକା ରୋଡରେ ଘଟିଥିବା କହିଛନ୍ତି।

ଏହି ଗୁଳିକାଣ୍ଡ ଭିଆଇଥିବା ଲୋକଙ୍କ ସମ୍ପର୍କରେ ପୋଲିସ କିଛି ପ୍ରମାଣ ଏକାଠି କରିଛି। ତେବେ ପୋଲିସ ଏବେ ମାମଲାର ଅଧିକ ଯାଞ୍ଚ ଚଳାଇଛି। ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶି କହିଛନ୍ତି ଯେ ମ୍ୟାଡ୍ ସନ୍ଧୁ ସନ୍ଧ୍ୟା ପାଖାପାଖି ୬ଟା ବେଳେ କୌଣସି କାମରେ ତାଙ୍କ ଘର ‘ଡ୍ରିମ ସିଟି’ରୁ ବାହାରକୁ ଆସିଥିଲେ। ତାଙ୍କୁ ଜଗି ରହିଥିବା ହତ୍ୟାକାରୀ ଏହାର ସୁଯୋଗ ନେଇ ତାଙ୍କ ଉପରେ ଗୁଳି ଚଳାଇ ପଳାଇଛନ୍ତି। ମ୍ୟାଡ ସନ୍ଧୁ ଡ୍ରିମସିଟି କଲୋନୀରେ ଭଡ଼ା ଘରେ ରହନ୍ତି। ଘରେ ତାଙ୍କର ବୃଦ୍ଧା ମା ଓ ଜଣେ ଭାଇ ଅଛନ୍ତି। ସନ୍ଧୁ ପେଷାରେ ସେଲୁନ ଚଳାନ୍ତି ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅପରେଟ କରନ୍ତି। ସନ୍ଧୁ କିଛି ପଞ୍ଜାବୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *