ଆକ୍ସନ ମୋଡରେ ପ୍ରଶାସନ; ଆମ ବସରେ ବସି ସ୍ଥିତି ପରଖିଲେ ପରିବହନ କମିଶନର
ଭୁବନେଶ୍ୱର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ ପରିବହନ କମିଶନର ଅମିତାଭ ଠାକୁର।
ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ବସରେ ଯାତ୍ରା କରୁଥିବା ସମୟରେ ବରିଷ୍ଠ ନାଗରିକ କେଉଁ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି ସେନେଇ ମଧ୍ୟ ପଚାରି ବୁଝିଛନ୍ତି। ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।
