Navodaya school gurujang

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୩୦ ପଜିଟିଭ; ପହଞ୍ଚିଲେ ୱାଟକୋ ଓ ମେଡିକାଲ ଟିମ୍

Spread the love

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (ଜେଏନଭି)ରେ ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।

ସୂଚନା ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେଇଛନ୍ତି। ସେହିପରି ଜ୍ୱରରେ ପୀଡିତ ଅନ୍ୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରିପୋର୍ଟ ଏଯାବତ୍ ଆସିନାହିଁ। ଯଦିଓ ସେମାନଙ୍କୁ ମଧ୍ୟ କର୍ତ୍ତୃପକ୍ଷ ଘରକୁ ପଠାଇ ଦେଇଛନ୍ତି।

ଭାଇସ ପ୍ରିନ୍ସିପଲ୍ ଏନ ସି ଚକ୍ରଙ୍କ ଅନୁଯାୟୀ, ପ୍ରାୟ ଏକ ସପ୍ତାହ ପୂର୍ବରୁ କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ଯାହା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କିଛି ଛାତ୍ରଙ୍କ ଠାରେ ଥଣ୍ଡା, ଜ୍ୱର ଏବଂ ଜଣ୍ଡିସ୍ ଭଳି ଲକ୍ଷଣ ଦେଖାଦେଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତେବେ ସ୍ଥିତି ମୂଲ୍ୟାଙ୍କନ କରିବା ପାଇଁ ରବିବାର ଏକ ଡାକ୍ତରୀ ଟିମ୍ ସ୍କୁଲ ଆସି କ୍ୟାମ୍ପସରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍କୁଲରେ ୫୬୯ ଜଣ ଛାତ୍ରଛାତ୍ରୀ ଅଛନ୍ତି।

ଅପରପକ୍ଷରେ ଜଳ ପ୍ରଦୂଷଣ ନେଇ କର୍ତ୍ତୃପକ୍ଷ କହିଛନ୍ତି ଯେ ଗତ ବର୍ଷ ଗ୍ରୀଷ୍ମ ଏବଂ ଶୀତକାଳୀନ ଅବକାଶରେ ସ୍କୁଲ ଟାଙ୍କିଗୁଡ଼ିକୁ ଦୁଇଥର ସଫା କରାଯାଇଥିଲା। ତେବେ ଏହାକୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ପରୀକ୍ଷା ପାଇଁ ଖାଦ୍ୟ ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା। ସେହିପରି ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେତନତା ଶିବିର ମଧ୍ୟ ଆୟୋଜନ କରାଯାଉଛି।

Leave a Reply

Your email address will not be published. Required fields are marked *