୧୪

ଏସଇବିସିଙ୍କ ପ୍ରତିନିଧିତ୍ୱ ଯାଞ୍ଚ ପାଇଁ ଗଠିତ ହେଲା ସ୍ୱତନ୍ତ୍ର କମିଶନ

Spread the love

ଭୁବନେଶ୍ୱର: ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC)ଙ୍କ ନ୍ୟାୟସଙ୍ଗତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର କମିଶନ ଗଠନ କରିଛନ୍ତି ।

ଭୁବନେଶ୍ୱର ସିଆରପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ପରିସରରେ କମିଶନ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗଠନ ହେବା ପରଠାରୁ, ଏସଇବିସି ପ୍ରତିନିଧିତ୍ୱ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଏବଂ ଆକଳନ ପ୍ରକ୍ରିୟାର ପଦ୍ଧତି ଉପରେ ବିଚାରବିମର୍ଶ କରିବା ପାଇଁ କମିଶନ ଏକାଧିକ ବୈଠକ ଅନୁଷ୍ଠିତ କରିସାରିଛନ୍ତି ।

ସ୍ଥାନୀୟ ସ୍ଵାୟତ ଶାସନ ସଂସ୍ଥାଗୁଡ଼ିକରେ ଏସଇବିସି ବର୍ଗର ପ୍ରତିନିଧିତ୍ୱ ଯାଞ୍ଚ କରିବା ଏବଂ ତୃଣମୂଳ ସ୍ତରୀୟ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକରେ ସେମାନଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ନିମନ୍ତେ ଆନୁପାତିକ ସଂରକ୍ଷଣର ଆବଶ୍ୟକତା ଆକଳନ କରିବା ଦାୟିତ୍ୱ ଏହି କମିଶନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ କୁମାର ପୃଷ୍ଟି କମିଶନର ସଦସ୍ୟ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ରଙ୍କୁ ଏହାର ସଦସ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *