୨୦

ବଡ଼ଦାଣ୍ଡରେ ହୋଟେଲ ଭିତରେ ବିସ୍ଫୋରଣ, ୪ ଗୁରୁତର

Spread the love

ପୁରୀ : ପୁରୀ ବଡ଼ଦାଣ୍ଡରେ ଥିବା ଏକ ହୋଟେଲ ଭିତରେ ବିସ୍ଫୋରଣ ।  ଏହି ବିସ୍ଫୋରଣରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।  ଏମାନଙ୍କ ଭିତରେ ଅଛନ୍ତି  ୩ ଜଣ ହୋଟେଲ କର୍ମଚାରୀଙ୍କ ସମେତ ଉଦ୍ଧାର ପାଇଁ ଯାଇଥିବା ଜଣେ ଆଗ୍ନିକ  । ଆହତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଖବର ପାଇଁ ଏସପି ପ୍ରତୀକ ସିଂହଙ୍କ ସହ ସିଟି ଡିଏସପି,ବିଭିନ୍ନ ଥାନାର ଅଧିକାରୀ ,ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୌଭାଗ୍ୟ ବଶତଃ ହୋଟେଲରେ ପୁନଃ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କୌଣସି ପର୍ଯ୍ୟଟକ ହୋଟେଲରେ ନଥିଲେ ।  ତେବେ ହୋଟେଲ ନୂଆ ରୁମ୍ ପୂଜା ପାଇଁ ହୋମ୍ ହେଉଥିବାବେଳେ ଦୁଇଟି ଗ୍ୟା ରେ ଅଗ୍ନି ସଂଯୋଗ ହୋଇ ଗ୍ୟାସ ଲିକ୍ ସହ ବିସ୍ପୋରଣ ହୋଇଥିଲା ।  ତେବେ ହୋଟେଲରେ ଥିବା sirinkler କାର୍ଯ୍ୟ କରିବା ଯୋଗୁଁ ଏକ ବଡ ଧରଣର ଅଘଟଣରୁ ରକ୍ଷା ମିଳିଛି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବିସ୍ପୋରଣ ସ୍ଥାନରେ ରହିଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତିରେ କୌଣସି କ୍ଷତି ହୋଇନାହିଁ  ।  ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ହୋଟେଲର ଏଣ୍ଟ୍ରି ପଏଣ୍ଟ ସହ ସମସ୍ତ କାଚ ଭାଙ୍ଗି ଯାଇଥିଲା।  କାଚ ଗୁଡ଼ିକ ବିକ୍ଷିପ୍ତ ଅବସ୍ଥାରେ ହୋଟେଲ ସାମ୍ନାରେ ତଥା ବଡ଼ଦାଣ୍ଡରେ ପଡ଼ିରହିଥିଲା ।  ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ହୋଟେଲ ଭିତରେ ଅଗ୍ନିକାଣ୍ଡ ଘଟିଥିଲା।

ଖବର ପାଇଁ ଅଗ୍ନିଶମ ବିଭାଗର ଆଗ୍ନିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।  ତେବେ ହୋଟେଲ ଲିଫ୍ଟ ଭିତରେ ଜଣେ ଫସି ରହିଥିଲେ ।  ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବାବେଳେ କାଚ ଫାଟିଯିବାରୁ ଜଣେ ଆଗ୍ନିକ ମଧ୍ୟ ଆହତ ହୋଇଛନ୍ତି ।  ଏହି ଖବର ଜଣାପଡିବା ପରେ ବଡ଼ଦାଣ୍ଡରେ ଶତାଧିକ ଲୋକଙ୍କ ଭିଡ ମାଗିଥିଲା ।

ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ କାଚ ଫାଟି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଉପରେ ପଡ଼ିଥିଲା ।  ପୋଡ଼ି ଯାଇଥିବା ହୋଟେଲ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ହୋଟେଲ ପରିସରରେ ଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡର ଗୁଡିକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିଲା ।  ହୋଟେଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *