୧୩

ମାର୍ଚ୍ଚ ୧୨ରୁ ମାଟ୍ରିକ୍ ପରୀକ୍ଷା

Spread the love

କଟକ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ଶୁକ୍ରାବର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖରେ ମାଟ୍ରିକ ପରୀକ୍ଷା ଶେଷ ହେବ ।

ବୋର୍ଡ ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ମାର୍ଚ୍ଚ ୧୨ ତାରିଖରେ ମାତୃଭାଷା ପରୀକ୍ଷା ହେବ । ସକାଳ ୯ଟାରୁ ସାଢେ ଏଗାରଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ହେବ ପରୀକ୍ଷା । ମାର୍ଚ୍ଚ ୧୫ରେ ବିଜ୍ଞାନ ପରୀକ୍ଷା,୧୭ ତାରିଖରେ ଗଣିତ ପରୀକ୍ଷା ଓ ୧୯ ତାରିଖରେ ସାମିଜିକ ବିଜ୍ଞାନ ପରୀକ୍ଷା ହେବ । ମାର୍ଚ୍ଚ ୨୪ରେ ଇଂରାଜୀ, ମାର୍ଚ୍ଚ ୨୫ରେ ହିନ୍ଦୀ ଓ ମାର୍ଚ୍ଚ ୨୭ରେ ସଂସ୍କୃତ, ପାର୍ସୀ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସବୁ ପରୀକ୍ଷା ୯ଟାରୁ ସାଢେ ଏଗାରଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କିନ୍ତୁ ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଅଧିକ ୧୫ମିନିଟ୍ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *