Odisha govt issues standing noc for sme department staff eases job application process

‘ସ୍ବୀକୃତି’ ଯୋଜନାରେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ ପାଇବେ ମାସିକ ୧୫୦୦ ଟଙ୍କା

Spread the love

ଭୁବନେଶ୍ୱର: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ ଯୋଜନାରେ ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେବ ସେଥିପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହାର ନିର୍ଦ୍ଦେଶାବାଳୀ ଜାରି ହୋଇଛି।

ଏଥିପାଇଁ ଶିଶୁଙ୍କ ପରିବାରକୁ ସ୍ବୀକୃତି ପୋର୍ଟାଲରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ହେବ। ଶିଶୁଟି ୧୮ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ଦିଆଯିବ। ତୃତୀୟଲିଙ୍ଗୀଙ୍କୁ ଉଭୟ ବାଳକ ଓ ବାଳିକା ହଷ୍ଟେଲରେ ସ୍ଥାନ ମିଳିବାରେ ସମସ୍ୟା ହୋଇଥାଏ। ଏହାର ସମାଧାନ ପାଇଁ କଲେଜ, ବିଶ୍ବବିଦ୍ୟାଳୟ ହଷ୍ଟେଲରେ ପରିବର୍ତ୍ତନ କରିବେ ନଚେତ ନୂଆ ହଷ୍ଟେଲ ନିର୍ମାଣ କରିବେ।

ପୌରାଞ୍ଚଳ ଓ ତୃତୀୟଲିଙ୍ଗୀଙ୍କ ପାଇଁ କାମ କରୁଥିବା ସଂସ୍ଥାମାନେ ବି ହଷ୍ଟେଲରେ ପରିବର୍ତ୍ତନ କରିବେ। ଏହି ହଷ୍ଟେଲରେ ରହୁଥିବା ତୃତୀୟଲିଙ୍ଗୀଙ୍କୁ ମାସିକ ୩ହଜାର ଟଙ୍କାର ଷ୍ଟାଇପେଣ୍ଡ ଦିଆଯିବ। ମାଟ୍ରିକ ଛାତ୍ର ବୃତ୍ତି ଓ ଅନ୍ୟ ଶିକ୍ଷା କ୍ଷେତ୍ରରେ ମଧ୍ୟ ସହାୟତା ପ୍ରଦାନ କରାଯିବ। ଜାତୀୟ-ରାଜ୍ୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିବେ ସେମାନଙ୍କୁ ମଧ୍ୟ ଆବଶ୍ୟକ ସହାୟତା ମିଳିବ। ଅନ୍‌ଲାଇନ୍‌ ପୋର୍ଟାଲ ଜରିଆରେ ବିଭାଗ ପକ୍ଷରୁ ଯୋଜନାର ନିରୀକ୍ଷଣ କରାଯିବ। ହିତାଧିକାରୀ ଯେପରି ଯୋଜନାର ସୁଫଳ ପାଇବେ ଏହାକୁ ଡିଏସ୍‌ଏସ୍‌ଓ ସୁନିଶ୍ଚିତ କରିବେ। ଯୋଜନାର ମଧ୍ୟ ଏକ ତୃତୀୟ ପକ୍ଷ ଯାଞ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

 

Leave a Reply

Your email address will not be published. Required fields are marked *