Screenshot 2025 12 30 125909 750x430

ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଖାରଜ

Spread the love

ଭୁବନେଶ୍ୱର: ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍। ଏଥର କଠୋର ହୋଇଛି ଅବକାରୀ ବିଭାଗ। ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ସମସ୍ତ ଇଭେଣ୍ଟ ଅର୍ଗାନାଇଜର।

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିକଟରେ ଅସ୍ଥାୟୀ ଲାଇସେନ୍ସ ପାଇଁ ୩୦ଟି ଇଭେଣ୍ଟ ଅର୍ଗାନାଇଜର ଆବେଦନ କରିଥିଲେ। ଦିନିକିଆ ଲାଇସେନ୍ସ ପାଇଁ ଏମାନେ ଆବେଦନ କରିଥିଲେ। ଲୋକଙ୍କୁ ଦେଖି ଅବକାରୀ ବିଭାଗ ପାଖରେ ଲାଇସେନ୍ସ ଫି’ ଡିପୋଜିଟ୍ କରିବାକୁ ପଡିବ। ପୁରୁଣା ଅବକାରୀ ନୀତି ଅନୁସାରେ, ୨୫ ଲୋକଙ୍କ ପାଇଁ ୩ ହଜାର, ୨୫ରୁ ୧୦୦ ଲୋକଙ୍କ ପାଇଁ ୫ ହଜାର, ୧୦୧ ଲୋକଙ୍କ ଠାରୁ ୨୦୦ ଶହ ଲୋକଙ୍କ ପାଇଁ ୧୦ ହଜାର, ୨୦୧ରୁ ୫୦୦ ଲୋକଙ୍କ ପାଇଁ ୧୫ ହଜାର, ୫୦୧-୧୦୦୦ ଲୋକଙ୍କ ପାଇଁ ଦିନିକିଆ ଅସ୍ଥାୟୀ ଲାଇସେନ୍ସ ଫି ୨୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ।

୧ ହଜାରୁ ଅଧିକ ଲୋକଙ୍କ ପାଇଁ ଦିନିକିଆ ଲାଇସେନ୍ସ ଫି’ ୨୫ ହଜାର ଟଙ୍କା ଦେବାକୁ ପଡିବ। ସେହି ହିସାବରେ ହୋଟେଲ୍, ମଲ୍, ଓ ବିଭିନ୍ନ କ୍ଲବ୍ ଓ ସୋସାଇଟି ପକ୍ଷରୁ ୩୦ଟି ଅସ୍ଥାୟୀ ଆବେଦନ କରାଯାଇଥିଲା। ସେମାନଙ୍କୁ ଗତ ଶନିବାରଠାରୁ ଲାଇସେନ୍ସ ମିଳିବାର ଥିଲା। ତେବେ ସମସ୍ତଙ୍କ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ। ଅବକାରୀ ଡେପୁଟି କମିଶନର କହିଛନ୍ତି, ଚଳିତ ବର୍ଷ ନୂଆ ବର୍ଷକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ଯୋଜନା କରିଛନ୍ତି ସରକାର। ସେଥିପାଇଁ ଅସ୍ଥାୟୀ ଲାଇସେନ୍ସ ବାତିଲ କରିଛନ୍ତି।

 

Leave a Reply

Your email address will not be published. Required fields are marked *