Attack 1068x601

ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼: ୪ ମୃତ, ୪୦ ଆହତ

Spread the love

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶନିବାର ରାତି ସାରା ବଡ଼ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ରାଜଧାନୀ କିଭ୍‌କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଛି। ଶେ​‌ଷ ଥର ପାଇଁ ଗତ ମାସରେ କିଭ୍ ଉପରେ ରୁଷ ଆକ୍ରମଣ କରିଥିଲା, ଯେଉଁଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଶନିବାର ରାତିରେ ହୋଇଥିବା ଆକ୍ରମଣରେ ବହୁ ବଡ଼ ବଡ଼ କୋଠା ଧୂଳିସାତ ହୋଇଯାଇଛି।

ୟୁକ୍ରେନ ବାୟୁସେନା ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ, ରୁଷ ପକ୍ଷରୁ ୫୯୫ଟି ବିସ୍ଫୋରକ ଡ୍ରୋନ, ୪୮ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଥିଲା। ୟୁକ୍ରେନ ସେନା ସେଥିରୁ ୫୬୬ ଡ୍ରୋନ ଏବଂ ୪୫ କ୍ଷେପଣାସ୍ତ୍ରକୁ ଖସାଇବାରେ ସଫଳ ହୋଇଛି। ଜାପୋରିଜିୟା, ଖମେଲନିତ୍ସକି, ସୁମୀ, ମାୟକୋଲାଇଭ, ଚେର୍ନିହାଇଭ ଏବଂ ଓଡେସା ଅଞ୍ଚଳରେ ରୁଷ ପକ୍ଷରୁ ଆକ୍ରମଣ କରାଯାଇଥିବା  ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି। ଆକ୍ରମଣରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *