Smdrpfbg chhattisgarh maoist encounter 625x300 17 april 24

ଛିନ୍ଦଖଡ଼କ ଜଙ୍ଗଲରେ ଗୁଳିବିନିମୟ, ୩ ମାଓବାଦୀ ନିହତ

Spread the love

ଓଡ଼ିଶା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲା ଅନ୍ତର୍ଗତ ଛନ୍ଦଖଡ଼କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁ​‌ଷ ଏବଂ ଜ​‌ଣେ ମହିଳା ମାଓବାଦୀ ରହିଛନ୍ତି। ଉକ୍ତ ଜଙ୍ଗଲରେ ଆଉ କିଛି ମାଓବାଦୀ ଲୁଚି ରହିଥିବା ଆଶଙ୍କା ଥିବାରୁ ଅପରାହ୍ନ ସୁଦ୍ଧା କୋମ୍ବିଂ ଅପରେସନ ଚାଲିଥିବା ଖବର ମିଳିଛି।

ସୂଚନା ଅନୁସାରେ, ଛିନ୍ଦଖଡ଼କ ଜଙ୍ଗଲରେ ମାଓବାଦୀ ଶିବିର ଚାଲିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହା ପରେ ଜିଲା ପୁଲିସ, ଡିଭିଏଫ ଏବଂ ଯବାନଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ ମିଳିତ କୋମ୍ବିଂ ଆରମ୍ଭ ହୋଇଥିଲା। କୋମ୍ବିଂ ସମୟରେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା କରି ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ମାଓବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *