Terror 1068x601

୩ ମାସରେ ୧୫ ଆତଙ୍କବାଦୀ ଶିବିର ତିଆରି କରିଛି ପାକିସ୍ତାନ

Spread the love

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରର ୯୦ ଦିନ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୧୫ଟି ଆତଙ୍କାବାଦୀ ଶିବିର ତିଆରି ହୋଇଛି। ଏସବୁର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଇଛି ପାକିସ୍ତାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ତା ଆଇଏସଆଇ ଏଥିପାଇଁ ପ୍ରଚୁର ଅର୍ଥ ବିନିଯୋଗ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି।
ସୀମାପାର ଆତଙ୍କବାଦ ରୋକିବାକୁ ଭାରତୀୟ ସେନା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛି। ଅପରେସନ ସିନ୍ଦୂର ସମୟରେ ପିଓକେରେ ଥିବା ଅନେକ ଆତଙ୍କୀ ଶିବିରକୁ ଧ୍ବଂସ କରିଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସେସବକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ପାକ୍ ସରକାରଙ୍କ ବିଭିନ୍ନ ସଂସ୍ଥା ପୁନଃନିର୍ମାଣ କରିବାରେ ଲାଗିଛନ୍ତି।
ଗୁଇନ୍ଦା ସୂଚନା ଅନୁସାରେ, ପିଓକେର କେଲ୍‌, ଶାର୍ଦି, ଦୁଦ୍ଧନିୟାଲ, ଆଥମୁକାମ, ଜୁରା, ଲିପାଭ୍ୟାଲି, ତଣ୍ଡାପାଣି, ନୟାଲି, ଜାନକୋଟ ଏବଂ ଚକୋଠିରେ ଏସବୁ ଆତଙ୍କୀ ଶିବିର ନିର୍ମାଣ ହୋଇଛି। ସେହିପରି ଜାମ୍ମୁ ସଂଲଗ୍ନ ଅନ୍ତର୍ଜାତୀୟ ସୀମା ନିକଟରେ ୪ଟି ଲଞ୍ଚପ୍ୟାଡ୍ ତିଆରି ହୋଇଛି। ମାସରୁର, ଚପରାର ଏବଂ ଶକରଗଡ଼ରେ ଏହି ଲଞ୍ଚପ୍ୟାଡ ରହିଛି। ତେବେ ଭାରତୀୟ ସେନାର ଅପରେସନରୁ ବର୍ତ୍ତିବା ସହିତ ଅଧିକ ସଂଖ୍ୟାରେ ମୃତ୍ୟୁକୁ ଏଡ଼ାଇବା ଲାଗି ଆତଙ୍କୀମାନେ ଛୋଟ ଛୋଟ ଶିବିର କରୁଛନ୍ତି।

Leave a Reply

Your email address will not be published. Required fields are marked *