ଉତ୍ତରାଖଣ୍ଡରେ ୮-୧୦ ଯବାନ ନିଖୋଜ
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଆଜି ହୋଇଥିବା ବାଦଲଫଟା ବର୍ଷା ଘଟଣା ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଜଣେ ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ତଳ ହର୍ଷିଲ ଘାଟି ଅଞ୍ଚଳର ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । କେବଳ ସେନା ଯବାନ ନୁହନ୍ତି ନିଖୋଜ ଗ୍ରାମବାସୀଙ୍କ ତଲାସୀ ପାଇଁ ବଡ଼ ଅଭିଯାନ ଚାଲିଛି ବୋଲି ସେ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟରର ବ୍ୟବହାର କରାଯାଉଛି ।
ଭାରତୀୟ ସେନାର ବ୍ରିଗେଡ କମାଣ୍ଡର ବ୍ରିଗେଡୀୟ ମାନଦୀପ ଢିଲୋଁ କହିଛନ୍ତି, “ଆଜି ଧରାଲି ଗାଁରେ ଭୂସ୍ଖଳନ ଏବଂ ହିମସ୍ଖଳନ ଘଟିଛି। ହର୍ଷିଲ ପୋଷ୍ଟରେ ଅବସ୍ଥିତ ଭାରତୀୟ ସେନା ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରିଥିଲା ଏବଂ ୧୦ ମିନିଟ୍ ମଧ୍ୟରେ ଗାଁରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା କରାଯାଉଛି। ତେବେ ଏହି ବନ୍ୟା କାରଣରୁ ଭାରତୀୟ ସେନାର ଶିବିର ଓ ଉଦ୍ଧାରକାରୀ ଦଳର କିଛି ଲୋକ ପ୍ରଭାବିତ ହୋଇଥିଲେ ।
