Whatsapp image 2026 11 15 13 01

ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଅନନ୍ୟ ସଫଳତା

Spread the love

ଛତ୍ରପୁର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅନେକ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ପ୍ରକାଶିତ ଫଳାଫଳ ଅନୁଯାୟୀ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାମାନଙ୍କ ତାଲିକା:
* ପ୍ରବନ୍ଧ (ବରିଷ୍ଠ): ବିଦୁସ୍ମିତା ବେଜ୍ (ଚିକିଟି) – ତୃତୀୟ ସ୍ଥାନ
* କ୍ୱିଜ୍ (କନିଷ୍ଠ): ମାମଲି ମୋଳଣା (ଗଞ୍ଜାମ) – ଦ୍ୱିତୀୟ ସ୍ଥାନ
* କ୍ୱିଜ୍ (ବରିଷ୍ଠ): ଏସ୍. ଲକି ଆଚାର୍ଯ୍ୟ (ଛତ୍ରପୁର) – ପ୍ରଥମ ସ୍ଥାନ
* ସଙ୍ଗୀତ (CWSN – ହାଇସ୍କୁଲ): ଚିରଞ୍ଜୀବ ବେହେରା (ଧରାକୋଟ) – ତୃତୀୟ ସ୍ଥାନ
* ଚିତ୍ରାଙ୍କନ (CWSN – କନିଷ୍ଠ): ପ୍ରେମ କୃଷ୍ଣ ନାୟକ (ରଙ୍ଗେଇଲୁଣ୍ଡା) – ଦ୍ୱିତୀୟ ସ୍ଥାନ
* ସ୍ଲୋଗାନ୍ ଲେଖା: ଓମ୍ ପାଣିଗ୍ରାହୀ (ଶେରଗଡ଼) – ଦ୍ୱିତୀୟ ସ୍ଥାନ
* ସ୍ଲୋଗାନ୍ ଲେଖା: ଇତିଶ୍ରୀ ପାତ୍ର (ସୋରଡ଼ା) – ତୃତୀୟ ସ୍ଥାନ
* ନୃତ୍ୟ: ଶିଖରପୁଲି ପି.ଏସ୍. (ଛତ୍ରପୁର) – ଦ୍ୱିତୀୟ ସ୍ଥାନ
* ଚିତ୍ରାଙ୍କନ (ସାଇଡ୍ ଇଭେଣ୍ଟ): ଡି. କାର୍ତ୍ତିକ (ଛତ୍ରପୁର) – ଦ୍ୱିତୀୟ ସ୍ଥାନ
* ସଙ୍ଗୀତ (ସାଇଡ୍ ଇଭେଣ୍ଟ): ଗାୟତ୍ରୀ ଗୌଡ଼ (ରଙ୍ଗେଇଲୁଣ୍ଡା) – ପ୍ରଥମ ସ୍ଥାନ

ଏହି ଗୌରବଜନକ ସଫଳତା ଗଞ୍ଜାମ ଜିଲ୍ଲାର ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିଛି। ସମସ୍ତ ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ମହଲରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *