ମାଆକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଛାତରୁ ଡେଇଁ ଆତ୍ମହତ୍ୟା କଲା ନବମ ଶ୍ରେଣୀ ଛାତ୍ର
ଆସାମ: ସୈତାନ ପାଲଟିଗଲା ଶୈଶବ ! ନବମ ଶ୍ରେଣୀ ଛାତ୍ରଙ୍କ ନୃଶଂସତା ! ଧାରୁଆ ଅସ୍ତ୍ରରେ ନିଜ ଜନ୍ମକଲା ମାକୁ ଆକ୍ରମଣ କଲା ୧୪ ବର୍ଷୀୟ ନାବାଳକ । ତାପରେ ଘର ଛାତରୁ ଡେଇଁପଡିଲା । ଏପରି ଦୁଃଖଦ ଘଟଣା ଘଟିଛି ଆସାମ ରାଜଧାନୀ ଗୌହାଟିରେ । ତେବେ ମା ଉପରେ କାହିଁକି ଆକ୍ରମଣ କଲା ପିଲାଟି । କଣ ରହିଛି ଦୁଇଟି ଅଘଟଣ ପଛର ପ୍ରକୃତ କାରଣ ତାହା ଜଣାପଡିନଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।
