Sensex 1710331316 300x169

ପୁଣି ନିମ୍ନଗାମୀ ସେୟାର୍‌ ମାର୍କେଟ: ସେନ୍‌ସେକ୍ସ ୧୦୦୦ ପଏଣ୍ଟ୍‌ ଖସିଲା

Spread the love

ନୂଆଦିଲ୍ଳୀ: ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାର ଉପର ମୁହାଁ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ପୁଣି ନିମ୍ନଗାମୀ ହୋଇଛି।
ବୁଧବାର ଦିନ ଘରୋଇ ଷ୍ଟକ୍ ବଜାର ଗଭୀର ନାଲି ରଙ୍ଗରେ ଖୋଲିଥିଲା। ମଙ୍ଗଳବାରର ଲାଭ ପରେ ଏହା ଏକ ତୀବ୍ର ପରିବର୍ତ୍ତନକୁ ସୂଚିତ କରିଛି। ଗୁରୁବାର ଦିନ ମଧ୍ୟ ଭାରତୀୟ ସେୟାର୍‌ ବଜାର ନିମ୍ନଗାମୀ ରହିଛି।
ଗୁରୁବାର ଦିନ ପ୍ରାୟ ୧.୦୦ଟାରେ ବିଏସ୍‌ଇ ସେନସେକ୍ସ ୯୭୭.୫୦ ପଏଣ୍ଟ ହ୍ରାସ ପାଇ ୮୦,୬୧୯.୧୩ରେ ପହଞ୍ଚିଛି। ଯେତେବେଳେ କି ଏନ୍‌ଏସ୍‌ଇନିଫ୍ଟି ୫୦ ୨୯୫ ପଏଣ୍ଟ ହ୍ରାସ ପାଇ ୨୪, ୫୧୮.୪୫ରେ ପହଞ୍ଚିଛି।
ବଜାରର ଅସ୍ଥିରତା କ୍ଷୁଦ୍ର ଏବଂ ମଧ୍ୟ-କ୍ୟାପ୍ ଷ୍ଟକ୍ ଉପରେ ଅଧିକ ଚାପ ସୃଷ୍ଟି କରିଛି। ଏନ୍‌ଏସ୍‌ଇରେ ସମସ୍ତ ୧୩ଟି ଯାକ ‌କ୍ଷେତ୍ରୀୟ ସୂଚକାଙ୍କ ନକାରାତ୍ମକ ରହିଛି।
ଏଫ୍‌ଏମ୍‌ସିଜି, ଫାର୍ମା, ବ୍ୟାଙ୍କିଂ ଆଦି କ୍ଷେତ୍ରରେ ମଧ୍ୟ କ୍ଷତି ଦେଖିବାକୁ ମିଳିଛି। ସର୍ବାଧିକ କ୍ଷତି ହୋଇଥିବା କମ୍ପାନୀଗୁଡ଼ିକ ହେଲେ ଏମ୍‌ଆଣ୍ଡ୍‌ଏମ୍‌, ପାୱାର ଗ୍ରୀଡ୍, କୋଲ୍ ଇଣ୍ଡିଆ, ଟେକ୍ ମହିନ୍ଦ୍ରା ଏବଂ ୱିପ୍ରୋ।

Leave a Reply

Your email address will not be published. Required fields are marked *