Court 3

ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲା, ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ

Spread the love

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ କୋର୍ଟ-୨ ।  ଆଜି ୨୦୧୭ ମାର୍ଚ୍ଚ ୨ ତାରିଖରେ ଘଟିଥିବା ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି ।  ଏଡିଜେ କୋର୍ଟ-୨ ପକ୍ଷରୁ ପ୍ରକାଶିତ ରାୟରେ ଦୋଷୀ ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି ।

ସୂଚନା ଅନୁସାରେ ଜଟଣୀରେ ୨୦୧୭ ମାର୍ଚ୍ଚ ୨ରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଭଉଣୀକୁ କମେଣ୍ଟ ମାରିବାରୁ ବଡ଼ ଭାଇ ଅନୁପ ବିରୋଧ କରିଥିଲେ । ଏହାକୁ କେନ୍ଦ୍ର କରି ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରା ମାରଣାସ୍ତ୍ର ଓ ଲୁହାରଡରେ ଅନୁପଙ୍କୁ ପିଟିପିଟି ହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *