Lift 696x1202

ଏସସିବି ମେଡିକାଲରେ ଲିଫ୍ଟ ଅଚଳ, ୩୦ ମିନିଟ୍ ଫସିଲେ ରୋଗୀଙ୍କ ସମ୍ପର୍କୀୟ

Spread the love

କଟକ: ଏସସିବି ମେଡିକାଲରେ ପୁଣି ଲିଫ୍ଟ ଅଚଳ ହେବାରୁ ରୋଗୀଙ୍କ ସମ୍ପର୍କୀୟ ହଟହଟା ହୋଇଛନ୍ତି। ହସ୍ପିଟାଲର ସର୍ଜରୀ ବିଭାଗର ଲିଫ୍ଟରେ ୬ ଜଣ ରୋଗୀଙ୍କ ସମ୍ପର୍କୀୟ ପ୍ରାୟ ୩୦ ମିନିଟ୍ ଧରି ଫସି ରହିଥିଲେ। ଲିଫ୍ଟ ଭିତରେ ଦୀର୍ଘ ସମୟ ଧରି ଅଟକି ରହିବାରୁ ସେମାନେ ଆତଙ୍କିତ ହୋଇପଡ଼ିଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏସସିବି ଭଳି ଏକ ପ୍ରମୁଖ ଚିକିତ୍ସାନୁଷ୍ଠାନରେ ଲିଫ୍ଟ ଅଚଳ ହେବା ଘଟଣା ଏହାର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *