Cyclone Nivar

ଆନ୍ଧ୍ର ମୁହାଁ ’ଅର୍ଣ୍ଣବ’, ଲ୍ୟାଣ୍ଡଫଲ ବେଳେ ୧୨୫ ଛୁଇଁପାରେ ପବନର ବେଗ

Spread the love

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ’ଅର୍ଣ୍ଣବ’। ଗଭୀର ଅବପାତରେ ପରିଣତ ହେଉଛି ଭୀଷଣ ବାତ୍ୟା। ଏହା ୨୮ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ବାପଟ୍ଲା ଏବଂ ବିଶାଖାପଟନମ୍ ମଧ୍ୟରେ ଅତିକ୍ରମ କରିବା ନେଇ ଆଇଏମଡି ଆକଳନ କରିଛି।

ବଙ୍ଗୋପସାଗରରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହା ସୋମବାର ସକାଳ ସୁଦ୍ଧା ଏକ ବାତ୍ୟାର ରୂପ ନେବାର ସମ୍ଭାବନୀ ରହିଛି। ଏହା ୨୭ ରୁ ୨୮ ତାରିଖ ମଧ୍ୟରେ ଏକ ଅଧିକ ଶକ୍ତିଶାଳୀ ଭୟଙ୍କର ବାତ୍ୟାର ରୂପ ନେଇପାରେ। ସମୁଦ୍ର ଅଶାନ୍ତ ରହିଥିବାରୁ ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ରହିଥିବା ବେଳେ ଝଟକା ପବନ ବେଗ ୭୦ କିଲୋମିଟର ରହିଛି।

ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିବ। ଏପରିକି ୧୪୦ କିଲୋମିଟର ପର୍ଯ୍ୟନ୍ତ ଝଟକା ପବନ ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଓଡିଶାର ୫ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରି ଏବଂ ଗଞ୍ଜାମ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

Leave a Reply

Your email address will not be published. Required fields are marked *