Tahsildar e1792247383527 300x171

ଓଡ଼ାପଡ଼ା ତହସିଲଦାର ନିଲମ୍ବିତ, ସରକାରୀ ନିୟମ ଉଲଂଘନ ଅଭିଯୋଗ

Spread the love

ଭୁବନେଶ୍ୱର  : ଆକ୍ସନରେ ରାଜସ୍ୱ ବିଭାଗ । ଦୁର୍ନୀତି ଏବଂ ବିଶୃଙ୍ଖଳିତ ପ୍ରଶାସନିକ କାର୍ଯ୍ୟଧାରା ବିରୋଧରେ ଆକ୍ସନ ନେଇଛି ରାଜସ୍ୱ ବିଭାଗ । ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ କରାଯାଇଛି । ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ଶ୍ରୀ ମନୋଜ କୁମାର ମାଝୀ, OAS-A (JB)ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସରକାରୀ ଆଦେଶ ଅନୁଯାୟୀ, ଓଡ଼ିଶା ସିଭିଲ୍ ସର୍ଭିସେସ୍ (କ୍ଲାସିଫିକେସନ୍, କଣ୍ଟ୍ରୋଲ୍ ଆଣ୍ଡ ଅପିଲ୍) ନିୟମାବଳୀ, ୧୯୬୨ର ନିୟମ ୧୨(୧)(କ) ଅନୁଯାୟୀ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି।

ତେବେ ଏହି ନିଲମ୍ବନ ଅବଧିରେ ଶ୍ରୀ ମାଝୀଙ୍କ ମୁଖ୍ୟାଳୟ କଟକସ୍ଥିତ ରାଜସ୍ୱ ଡିଭିଜନାଲ୍ କମିଶନର (କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟରେ ରହିବ। ଆର୍ଡିସିଙ୍କ ପୂର୍ବାନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏଥିସହ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଶ୍ରୀ ମାଝୀଙ୍କ ବିରୋଧରେ ଅଭିଯୋଗର ଖସଡ଼ା ଏବଂ ସମ୍ପୃକ୍ତ ପ୍ରମାଣପତ୍ର ସହ ଆବଶ୍ୟକ ଦଲିଲ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ନୀତି ଏବଂ ବିଶୃଙ୍ଖଳିତ ପ୍ରଶାସନିକ କାର୍ଯ୍ୟଧାରା ବିରୋଧରେ ରାଜସ୍ୱ ବିଭାଗ ସର୍ବଦା ତ୍ଵରିତ ପଦକ୍ଷେପ ନେବା ସହ ଲୋକାଭିମୁଖୀ ରାଜସ୍ୱ ସେବା ପ୍ରଦାନ ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି l

Leave a Reply

Your email address will not be published. Required fields are marked *