New project 1 2026 09 09 19 16 22 e1788966624911 300x249

ନନ୍ଦନକାନନରେ ଓରାଂଉଟାନ୍‌ଙ୍କ ସ୍ବାସ୍ଥ ଅବସ୍ଥା ପଚାରି ବୁଝିଲେ ମନ୍ତ୍ରୀ

Spread the love

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓରାଂଉଟାନ୍‌ମାନଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଥିରେ ପିସିସିଏଫ ପ୍ରେମ କୁମାର ଝା, ଅତିରିକ୍ତ ପିସିସିଏଫ୍ ମନେଜ ଭି ନାୟର, ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାର ନାରାୟଣ ଓ ନିର୍ଦେଶକ ପ୍ରଦିପ  ମିରା ସେ ଦେବୀଦାସ ଥିଲେ।

ଅଧିକାରୀମାନଙ୍କ ସହ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡ଼ାକ୍ତରଙ୍କ ସହ ଆଲୋଚନା କରି ବୁଝିବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ସମସ୍ତ ୫ ଓରାଂଉଟାନ୍‌ ଛୁଆ ଓ ସୁସ୍ଥ ଅଛନ୍ତି। ମଣିଷ ଛୁଆ ଭଳି ସେମାନଙ୍କ ବ୍ୟବାହାର। ସେମାନଙ୍କୁ ସ୍ଵାସ୍ଥ୍ୟ ଅନୁଧ୍ୟାନ ଲାଗି ସେଠାରେ କିଛିଦିନ ରଖାଯିବ। ସମକ୍ଷିତ ଥିବା ପରିସ୍ଥିତି ଦେଖି ଅଧିକାରୀମାନେ ସେମାନଙ୍କୁ ଖୁଆଡକୁ ଆଣିବେ।

ମନ୍ତ୍ରୀ କହିଛନ୍ତି, ଏମାନେ କିପରି ଓଡ଼ିଶାକୁ ଆସିଲେ ତାର ତଦନ୍ତ ଚାଲିଛି। ତଦନ୍ତ ସରିବା ପରେ ଜଣାଇ ଦିଆଯିବ। ହେଲେ ଆମ ନନ୍ଦନକାନନ ପାଇଁ ଖୁସି ଖବର ଏମାନେ ଏଠାର ସୁରକ୍ଷିତ ପରିବେଶ ରହିବେ। ସମୟ ସୁବୁଧା ଦେଖି ପର୍ଯ୍ୟଟନଙ୍କ ନେଖିବା ପାଇଁ ଛଡ଼ାଯିବ।ମା’ ଠାରୁ ଅଲଗା ହୋଇ ନୂଆ ଜାଗାକୁ ଆସିଥିବାରୁ ଛୁଆମାନଙ୍କୁ ମାନସିକ ଚାପମୁକ୍ତ କରି ରଖିବା ଲାଗି ଖେଳନା ସହିତ ମଖମଲି ସେଜର ବ୍ୟବସ୍ଥା ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *