Mixcollage 03 sep 2026 06 33 pm 146 750x430 1

ତିରିଂରୁ ଉଦ୍ଧାର ହେଲେ ନିଖୋଜ MKCG ଛାତ୍ର ସାଗର ସାହୁ

Spread the love

ବ୍ରହ୍ମପୁର: MKCG ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ MBBS ଛାତ୍ର ମୟୂରଭଞ୍ଜ ଜିଲ୍ଲା ତିରିଂରୁ ଉଦ୍ଧାର ହୋଇଛି। ଗତ ୩୧ ତାରିଖରୁ ସେ ନିଖୋଜ ଥିଲେ। ଏହାପରଠାରୁ ପରିବାର ଲୋକେ ଓ ମେଡିକାଲ କ୍ୟାମ୍ପସରେ ଚିନ୍ତାର କାରଣ ପାଲଟିଥିଲା। ଗତ ୩୧ ତାରିଖରୁ ସାଗରକୁ ଖୋଜିବାର ଜାରି ରଖିଥିଲା ପୋଲିସ। ଆଜି ସାଗର ବସ୍‌ରେ ଝାଡ଼ଖଣ୍ଡ ପଟୁ ଆସୁଥିବା ବେଳେ ପୋଲିସ ଉଦ୍ଧାର କରିଛି।

ସାଗର ସାହୁ ଯାଜପୁର ଜିଲ୍ଲାର ବାସିନ୍ଦା। ସାଗର ବସ୍‌ରେ ଥାଇ କଣ୍ଡକ୍ଟରଙ୍କ ମୋବାଇଲ୍‌ରେ ଘର ଲୋକଙ୍କୁ ଫୋନ୍‌ କରିଥିଲେ। ଘର ଲୋକ ପୋଲିସକୁ ଏହାର ସୂଚନା ଦେବା ପରେ ପୋଲିସ ତିରିଂରୁ ସାଗରଙ୍କୁ ଉଦ୍ଧାର କରିଥିଲା। ସାଗରକୁ ନେବାକୁ ତିରିଂ ଥାନାକୁ ଗଲା କୁଆଖିଆ ପୋଲିସ। ଗତ ୩୧ ତାରିଖରୁ ନିଖୋଜ ଥିଲେ ଯାଜପୁର ଜିଲ୍ଲାର ସାଗର ସାହୁ।

ପୁଅର ନିଖୋଜ ଖବର ପାଇ ସାଗରଙ୍କ ବାପା, ମାମୁଁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ବ୍ରହ୍ମପୁରକୁ ଯାଇ ବହୁତ ଖୋଜାଖୋଜି କରିଥିଲେ। ସାଗର ଏମବିବିଏସ ପ୍ରଥମ ବର୍ଷର ଛାତ୍ର। ପ୍ରାୟ ଏକ ବର୍ଷ ହେବ ମେଡିକାଲ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଗତ ୩୧ ତାରିଖରୁ ସାଗର ନିଖୋଜ ଥିଲେ। ଦୀର୍ଘ ଦିନ ଧରି ତାଙ୍କର କୌଣସି ପତ୍ତା ମିଳିନଥିଲା। ପରିବାର ଲୋକେ ବ୍ରହ୍ମପୁର ରେଳ ଷ୍ଟେସନ ସମେତ ସହରର ବିଭିନ୍ନ ସ୍ଥାନରେ ସାଗରଙ୍କୁ ଖୋଜାଖୋଜି କରୁଥିଲେ।

Leave a Reply

Your email address will not be published. Required fields are marked *