ବିଜୟଙ୍କୁ ଝଟ୍କା: କରୁର୍ ଦଳଚକଟା ପୀଡ଼ିତ ପରିବାରକୁ ସରକାରୀ ଚାକିରି ବାତିଲ କଲେ ହାଇକୋର୍ଟ
ଚେନ୍ନାଇ: ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ କରୁର୍ ଦଳାଚକଟା ଘଟଣାର ପୀଡ଼ିତଙ୍କ ପରିବାରକୁ ତାମିଲନାଡୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସରକାରୀ ଚାକିରି ବାତିଲ କରିଦେଇଛନ୍ତି। ନିଯୁକ୍ତିକୁ ଅନୁମୋଦନ କରିଥିବା ସରକାରୀ ନିର୍ଦ୍ଦେଶକୁ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦୨୫ରେ କରୁର୍ଠାରେ ଟିଭିକେ ରାଲି ସମୟରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୋମବାର ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶନାମା ସମ୍ବିଧାନର ଧାରା ୧୪ ଓ ୧୬କୁ ଉଲ୍ଲଂଘନ କରୁଛି।
