Screenshot 2025 07 28 111512 1

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି: ୨୭ରୁ ଚଏସ୍‌ ଲକିଙ୍ଗ

Spread the love

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ (ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ।

୨୭ ଜୁଲାଇ ଅପରାହ୍ନ ୩.୦୦ ଘଟିକା ଠାରୁ ୨ ଅଗଷ୍ଟ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟଲକୁ ଯାଇ ନିଜ ପସନ୍ଦର ଉଚ୍ଚଶିକ୍ଷାନୁଷ୍ଠାନରେ ଆଡ଼ମିଶନ ପାଇଁ ଚଏସ୍‌ ଲକିଙ୍ଗ କରିପାରିବେ। ଅଗଷ୍ଟ ୭ ତାରିଖ ଅପରାହ୍ନ ୪ଟା ରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ। ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ୭ ଅଗଷ୍ଟ ସନ୍ଧ୍ୟା ୬ଟାରୁ ୧୧ ଅଗଷ୍ଟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାମ୍ସ ପୋର୍ଟଲକୁ ଯାଇ ଫ୍ରିଜ୍‌/ସ୍ଲାଇଡ଼/ଫ୍ଲୋଟ୍ ବିକଳ୍ପ ବାଛିପାରିବେ।

ଅଗଷ୍ଟ ୧୭ ତାରିଖ ଅପରାହ୍ନ ୪ଟାରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହେବ। ଏଥିସହ ଅଗଷ୍ଟ ୨୧ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୩୫ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୩୨,୫୩୧ଟି ସ୍ନାତକୋତ୍ତର ସିଟ୍ ରହିଛି।

 

Leave a Reply

Your email address will not be published. Required fields are marked *