1 587647260 784x441 1

ନନ୍ଦନ ନୀଲେକଣିଙ୍କ ନେତୃତ୍ୱରେ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ: ପ୍ରଧାନମନ୍ତ୍ରୀ ମୋଦି

Spread the love

ନୂଆଦିଲ୍ଲୀ:ପ୍ରତିଯୋଗିତାମୂଳକ ପରୀକ୍ଷାର ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଭିଡିଓ ବାର୍ତ୍ତାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ,ଏହି ଟାସ୍କ ଫୋର୍ସର ନେତୃତ୍ୱ ଇନଫୋସିସର ସହ-ସଂସ୍ଥାପକ ତଥା ପ୍ରଯୁକ୍ତିବିଦ୍ୟା ନନ୍ଦନ ନୀଲେକଣି ନେବେ। ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିନିର୍ଭର କରିବା ପାଇଁ ଟାସ୍କ ଫୋର୍ସ ବିଭିନ୍ନ ସୁପାରିସ ପ୍ରସ୍ତୁତ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଅତୁଟ ରହିବା ଅତ୍ୟନ୍ତ ଜରୁରୀ। ସେଥିପାଇଁ ପରୀକ୍ଷା ପ୍ରଣାଳୀରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ସ୍ୱଚ୍ଛତା ବୃଦ୍ଧି ଏବଂ ସମ୍ଭାବ୍ୟ ଅନିୟମିତତାକୁ ରୋକିବା ଦିଗରେ ଟାସ୍କ ଫୋର୍ସ କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *