ଆଦେଶ ନୁହେଁ ଯୁବପିଢ଼ିଙ୍କୁ ଆଲୋଚନା ଆବଶ୍ୟକ : ମୋହନ ଭାଗୱତ
ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗୱତ ଶନିବାର ଦିଲ୍ଲୀରେ କହିଛନ୍ତି ଯେ, ଆଜିର ନୂଆ ପିଢ଼ି ବହୁତ ପ୍ରଶ୍ନ ପଚାରନ୍ତି। ଆମକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସେମାନଙ୍କ ସହିତ ଆଲୋଚନା ହେବା ଉଚିତ।
ସେ କହିଛନ୍ତି ଯେ ସେମାନଙ୍କୁ ଯୁକ୍ତି ବୁଝାଇବା ଉଚିତ, ନିର୍ଦ୍ଦେଶ ଦେବା ନୁହେଁ। କେବଳ ଆଲୋଚନା ମାଧ୍ୟମରେ ସେମାନଙ୍କୁ ସଠିକ୍ ଦିଗ ଦେଖାଇହେବ। ଆମେ ମନମୁଖୀ ଭାବରେ କାର୍ଯ୍ୟ କରିପାରିବୁ ନାହିଁ, ଆମେ ଶକ୍ତି ମାଧ୍ୟମରେ ସମସ୍ତଙ୍କର ମାଲିକ ହୋଇପାରିବୁ ନାହିଁ। ତାଙ୍କର ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଛାତ୍ରମାନେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଦିଲ୍ଲୀ ଜନ୍ତରମନ୍ତରରେ ପ୍ରତିବାଦ କରୁଛନ୍ତି।
