ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ବିଜ୍ଞାପନକୁ ଖଣ୍ଡନ କଲେ କେନ୍ଦ୍ରାଞ୍ଚଳ ଆଇଜି
ପୁରୀ: ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ eoOdisha ନାଁରେ ଏତଲା ଦିଆଯାଇଛି। ଭିଆଇପି ଦର୍ଶନ ପାଇଁ ଆମର କୌଣସି ବ୍ୟବସ୍ଥା ନାହିଁ। ସେଥିପାଇଁ ଆମର କୌଣସି ନିୟମ ମଧ୍ୟ ନାହିଁ।
