501 e1784041385751 300x167

ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

Spread the love

କଟକ : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ସାମ୍ବାଦିକତାର ଉତ୍ତୁଙ୍ଗ ପୁରୁଷ, ଦୈନିକ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମଙ୍ଗଳବାର କଟକ ସ୍ଥିତ ସହିଦ୍ ଭବନ ଠାରେ ଦୈନିକ ‘ସମାଜ’ ଓ ଲୋକସେବକ ମଣ୍ଡଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହାସହ ଏହି ସମୟରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାର, ଉପସଭାପତି ଦୀପକ ମାଲବ୍ୟ, ରାଷ୍ଟ୍ରୀୟ ସମ୍ପାଦକ ରମାନାଥ ଝା, କୋଷାଧ୍ୟକ୍ଷ ତଥା ସମାଜର ମୁଦ୍ରାକାର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ମୁଖ୍ୟ ପରିଚାଳକ ଗୋପିନାଥ ବାରିକ, ସମ୍ମାନୀୟ ସମ୍ପାଦକ ତପନ ମିଶ୍ର ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *