ଏଣିକି ଡ୍ରେନରେ ଲାଗିବ ସେନସର୍ : ବିଏମ୍ସି ବୈଠକରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର: ବର୍ଷା ଦିନ ଆସିଲେ ସହରର ସମସ୍ତ ଡ୍ରେନରେ ପାଣି ଭରିଯାଏ। ଏହାଛା ଡ୍ରେନରେ ପଙ୍କ ଭରିଗଲେ ମଧ୍ୟ ଡ୍ରେନ ପାଣି ଓଭର ପ୍ଲୋ ହୁଏ। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନୂଆ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଏମ୍ସି ଅଧିନରେ ଥିବା ବଡ଼ ବଡ଼ ଡ୍ରେନରେ ସେନସର୍ ଲାଗିବ। ଫଳରେ ସଠିକ୍ ଭାବେ ପଙ୍କୋଦ୍ଧାର ହୋଇଛି କି ନାହିଁ ତାହା ଜଣାପଡ଼ିବ ।
ବିଏମସିର ୪୨ତମ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାବାଦ ବିଏମ୍ସି ଅଞ୍ଚଳରେ ଆମିଷ ବର୍ଜ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେଲେ, ଅନ୍ୟ ସ୍ୱାୟତ୍ତ ଶାସନ ସଂସ୍ଥା ଉପକୃତ ହେବେ । ଏଥିପାଇଁ ବିଏମ୍ସିକୁ କୌଣସି ଅର୍ଥ ବ୍ୟୟ କରିବାକୁ ପଡ଼ିବ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବିଭିନ୍ନ ସ୍ଥାନରେ ଡଗ୍ ସେଲଟର ଖୋଲାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।
