Ddx

ନଡ଼ିଆ ଗଛ ପାଇଁ ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ

Spread the love

ବାଲେଶ୍ବର: ବାଲେଶ୍ଵରରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଛୋଟ କଥାରୁ ବଡ଼ ଘଟଣା । ଏକ ଛୋଟ କଥାକୁ ନେଇ ଚାଲିଥିଲା ବଡ଼ ଝଗଡ଼ା । ଯାହାକି ହଣାକଟା ଉପରକୁ କଥା ଯାଇଥିଲା । ସାମାନ୍ୟ ନଡ଼ିଆ ଗଛ ପାଇଁ ହଣାକଟା । ସ୍ବାମୀ-ସ୍ତ୍ରୀ ଗୁରୁତର । ବାଲେଶ୍ଵର ସଦର ଥାନା ଶଙ୍କରପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ନଡିଆ ଗଛକୁ ନେଇ ଭାଇ-ଭାଇ ମଧ୍ୟରେ ବିବାଦ ହୋଇଥିଲା । ପରେ ସାନଭାଇ ଓ ତାଙ୍କ ସ୍ତ୍ରୀକୁ ଆକ୍ରମଣ କରିଥିଲେ ୩ ଯୁବକ । ଗୁରୁତର ଦମ୍ପତିଙ୍କୁ ରେମୁଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପଛରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି । ପାରିବାରିକ ବିବାଦକୁ କେନ୍ଦ୍ର କରି ଘଟିଥିବା ଏହି ରକ୍ତାକ୍ତ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *