NEET UG ପରୀକ୍ଷା ପୂର୍ବରୁ NTAର ଅବହେଳା; ନାଗପୁର ଛାତ୍ର ଆବୁଧାବିରେ ଦେବେ ପରୀକ୍ଷା
ନୂଆଦିଲ୍ଲୀ: NEET UG ପୁନଃପରୀକ୍ଷା ଆସନ୍ତାକାଲି (ଜୁନ୍ ୨୧) ତାରିଖରେ ସାରା ଦେଶରେ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରାଯାଇଛି।
ଏବେ ନାଗପୁରରୁ ଆଡମିଟ୍ କାର୍ଡରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ନାଗପୁରର ଜଣେ ଛାତ୍ରଙ୍କ NEET UG ଆଡମିଟ୍ କାର୍ଡରେ ଆବୁଧାବିର ଏକ ସେଣ୍ଟର ରହିଛି। ତଦନୁଯାୟୀ ଉକ୍ତ ଛାତ୍ର ଆବୁଧାବିରେ ପରୀକ୍ଷା ଦେବେ। ଉକ୍ତ ଛାତ୍ରଙ୍କ ନାମ ଅବଦୁଲ୍ଲା ମହମ୍ମଦ ତାଲିବ ବୋଲି ଜଣାପଡିଛି। ତାଙ୍କର ପାସପୋର୍ଟ ମଧ୍ୟ ନ ଥିବା ବେଳେ ଏଭଳି ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।
