ପଥର ଖାଦାନରେ ବୁଡିଗଲା ପୁଅ, ଉଦ୍ଧାର ପାଇଁ ରାସ୍ତାରୋକ
ଆନନ୍ଦପୁର : ପଥର ଖାଦାନରେ ବୁଡିଗଲା ପୁଅ । ଏଯାବତ ହୋଇପାରୁନି ଉଦ୍ଧାର। ପରିବାର ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ ହୋଇଛି । ଗତକାଲି ପ୍ରଥମ ରଜରେ ଘସିପୁରା ଥାନା ଖାଳିଆମେଣ୍ଟା ଗାଁର ଯୁବକ ନିହାର ରଞ୍ଜନ ବେହେରା ଓ ତାଙ୍କ ସାଙ୍ଗ ଶୁଭେନ୍ଦୁ ଦାସ ଗାଧୋଇବା ପାଇଁ ଭୋଳନୂଆଗାଁ ରେ ଥିବା ଏକ ପଥର ଖାଦାନ କୁ ଯାଇଥିଲେ। ଖାଦାନ ବହୁତ ଗଭୀର ଥିବା ବେଳେ ନିହାର ସେଠାରେ ବୁଡି ଯାଇଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ଅଗ୍ନିଶମ ବାହିନୀ ତାକୁ ଉଦ୍ଧାର କରି ପାରିନଥିଲେ। ରାତି ତମାମ ଯୁବକ ଙ୍କ ବାପା ମା ପଥର ଖାଦାନ ନିକଟରେ ଜଗି ରହିଥିବା ବେଳେ ଆଜି ସକାଳୁ ଉପଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବା ପରେ ଜାତୀୟ ରାଜପଥ ୨୦ କୁ ଶୈଲଙ୍ଗ ବିଜି ମୋଟର ନିକଟରେ ଅବରୋଧ କରି ବସି ରହିଛନ୍ତି । ଘଟଣା ସ୍ଥଳରେ ଘସିପୁରା ପୋଲିସ ପହଁଞ୍ଚି ବୁଝାସୁଝା ଜାରି ରଖିଛି।
