Newborn baby rescued

ପାଇଖାନା ପ୍ୟାନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

Spread the love

ଆନନ୍ଦପୁର : ପାଇଖାନା ପ୍ୟାନ୍ ଭିତରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ମହିଳା ୱାର୍ଡରେ ଥିବା ପାଇଖାନା ପ୍ୟାନ ଭିତରୁ ଉଦ୍ଧାର କରାଯାଇଛି ।  ଆଜି ସକାଳୁ ୱାର୍ଡର ମହିଳା ନର୍ସ ପାଇଖାନା ଭିତରେ ନବଜାତ ପଡ଼ିଥିବା ଦେଖି କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ।  ମେଡିକାଲ କର୍ତ୍ତୃପକ୍ଷ ପୋଲିସକୁ ଜଣାଇବା ପରେ ପୋଲିସ ପହଁଞ୍ଚି ନବଜାତ କନ୍ୟାର ମୃତଦେହକୁ ପ୍ୟାନ ଭିତରୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପ୍ରକ୍ରିୟା ଜାରି ରଖିଛି ।  ଅନ୍ୟପଟେ କିଏ ଓ କାହିଁକି ଏହି ଶିଶୁ କନ୍ୟାକୁ ଏଠାରେ ପକାଇଥିଲା ତାର ତଦନ୍ତ ଆରମ୍ଭ କରିଛି ।  ତଦନ୍ତ ପରେ ହିଁ ସତ୍ୟାସତ୍ୟ ସାମ୍ନାକୁ ଆସି ପାରିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *