ଧାର କରଜକୁ ନେଇ ଜୀବନ ହାରିଲେ ବାପ-ପୁଅ
ବାଣପୁର : ଖୋର୍ଦ୍ଧା ଜିଲ୍ଳା ବାଣପୁର ଥାନା କେଶପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଧାର ଉଧାରକୁ କେନ୍ଦ୍ର କରି ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ପରେ ଉଭୟଙ୍କ ଆତ୍ମହତ୍ୟା। ଶେଷରେ ଗୋଟିଏ ଜୁଇରେ ଜଳିଲେ ବାପା-ପୁଅ। ମୃତକ ବାପା-ପୁଅ ହେଉଛନ୍ତି ନବଘନ ପ୍ରଧାନ ଓ ତାଙ୍କ ସାନ ପୁଅ ତୋଫାନ ପ୍ରଧାନ।
ଘଟଣା ଅନୁସାରେ ମୃତକ ବାପା ନବଘନ ଗାଁରୁ ଧାର ଉଧାର କରି ୧୦ ଲକ୍ଷରୁ ଉର୍ଦ୍ଧ କରଜରେ ବୁଡିଥିଲେ। ବିଦେଶରେ ରହି କରଜ ସୁଝୁଥିଲା ପୁଅ ତୋଫାନ। ଦଶ ଦିନ ପୂର୍ବରୁ ତୋଫାନ ବିଦେଶରୁ ଫେରିଥିଲେ। ବାପା କରଜ କରି ବିବାହିତ ଝିଅକୁ ଅତ୍ୟଧିକ ୫ ଲକ୍ଷ ଟଙ୍କା ଦେବାକଥା ଶୁଣି ଗତ ରାତିରେ ବାପ ପୁଅଙ୍କ ଭିତରେ ଝଗଡ଼ା ଲାଗିଥିଲା। ଘଟଣା ଶେଷରେ ଏପରି ତୀବ୍ର ରୂପ ନେଇଥିଲା ଯେ, ଶେଷରେ ଜୀବନ ହାରି ଗୋଟିଏ ଜୁଇରେ ବାପା-ପୁଅଙ୍କ ଚିତା ଜଳିଛି।
