ଚାଲିଛି ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ, ୬୦ ବର୍ଷ ଟପିଲେ ଭତ୍ତା ପୋର୍ଟାଲକୁ ଆପେ ଯିବ ନାଁ
ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି । ଯାହା ପାଖରେ ଦକ୍ଷତା ଥିବ ଏଆଇ ଆଧାରରେ ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରାଯିବ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବ୍ୟବସ୍ଥାରେ ଲକ୍ଷ ପତି ଦିଦି ଯେମିତି ସୃଷ୍ଟି କରାଯାଇଛି, ସେମିତି ସୁଭଦ୍ରା ହିତାଧିକାରୀଙ୍କ ଅର୍ଥନୈତିକ ପ୍ରଗତି ପାଇଁ ବିଭିନ୍ନ ବିଭାଗ ସହ ଯୋଡି ହୋଇ ଉଦ୍ୟୋଗୀ ସୃଷ୍ଟି କରିବାକୁ ଚୁକ୍ତିନାମା ହୋଇଛି । ଯେଉଁ ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ବୟସ ଟପିବେ । ସେମାନଙ୍କ ନାଁ ଆପେ ଆପେ ଭତ୍ତା ପୋର୍ଟାଲକୁ ଯିବ । ସେନେଇ ପ୍ରୋସେସିଂ ଚାଲିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
