Cm 5 300x171

ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ; ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ବର: ଓଡିିଶାକୁ କେନ୍ଦ୍ରର ନୂଆ ଭେଟି। ଉପକୂଳ ଅଞ୍ଚଳରେ ସୁଗମ ଯାତାୟତ।ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ । ନୂଆ ଉପକୂଳ ରାଜପଥ ପାଇଁ ମୋଟ ବ୍ୟୟ ଅଟକଳ ୮ ହଜାର ୩ ଶହ କୋଟି ବ୍ୟୟ ବରାଦ କରାଯାଇଛି। ଏହି ରାଜପଥ ରାମେଶ୍ବର ଠାରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଯିବ। ରାମେଶ୍ବରରୁ କୋଣାର୍କ ୭୯ କିମି ପାଇଁ ୪ ଲେନ୍ ରାସ୍ତାକୁ ଅନୁମୋଦନ ମିଳିଛିି । କୋଣାର୍କରୁ ପାରାଦୀପ ୮୦ କିମି ୨ ଲେନ୍ ରାସ୍ତା ପାଇଁ ଅନୁମୋଦନ ମିଳିଛି। ନୂଆ ଉପକୂଳ ରାଜପଥ ଏନଏଚ୍- ୧୬ ଓ ଏନଏଚ୍- ୩୧୬ର ବିକଳ୍ପ ପଥ ହେବ । ଏହି ରାଜପଥରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାତ୍ରା ନେଇ ରାସ୍ତାର ନକ୍‌ସା ପ୍ରସ୍ତୁତ କରାଯାଇଛି। ଉପକୂଳ ଜିଲ୍ଲା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ଦେଇ ଏହି ରାଜପଥ ଯିବ। ରାମେଶ୍ବରରୁ ପାରାଦୀପ ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା କମିବାର ସମ୍ଭାବନା ରହିଛି।

ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ। ମୁଖ୍ୟମନ୍ତ୍ରୀ କହିଛନ୍ତି,ଏହା ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା କମ୍ ହେବ। ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ବିକାଶ ନେଇ କେନ୍ଦ୍ରର ପ୍ରତିବଦ୍ଧତା। ରାଜ୍ୟବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କୁ କୃତଜ୍ଞତା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Leave a Reply

Your email address will not be published. Required fields are marked *