Adsfe e1780501817228 300x217

ଗଞ୍ଜାମ ଜିଲ୍ଲାକୁ ମିଳିଲା ତିନି ଜାତୀୟ ପୁରସ୍କାର

Spread the love

ଛତ୍ରପୁର: ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲାରେ ସୁନାମ ଆଣିଛି ଏହି ସଫଳତା। ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦିଲ୍ଲୀ ରେ ଆଜି ପୁରସ୍କୃତ ହୋଇଛନ୍ତି।ଦୀନଦୟାଲ ଉପାଧ୍ୟାୟ ପଚାଂୟତ ସତତ ବିକାଶ ପୁରସ୍କାର ଯୋଜନାରେ ୨ଟି ପଚାଂୟତ କୃତିତ୍ୱଲାଭ କରିଛି । ସେହିପରି ନାନାଜୀ ଦେଶମୁଖ ସର୍ବୋତମ ପଚାଂୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲ୍ଲା ଗୈାରବାନ୍ୱିତ ହୋଇଛି । ସମଗ୍ର ରାଜ୍ୟରେ ୫ଟି ପଚାଂୟତ ଏଥିରେ ପୁରସ୍କୃତ ହେବେ । ସେଥିରୁ ୩ଟି ଗଞ୍ଜାମ ଜିଲାରୁ ରହିଛି।ଦୀନଦୟାଲ ଉପାଧାୟ ପଚାଂୟତ ସତତ ବିକାଶ ପୁରସ୍କାର ଯୋଜନାରେ ଛତ୍ରପୁର ବ୍ଲକର ପୋଟଲାମପୁର କୁ ଦେଶର ୩ୟ ସୁସ୍ଥ ପଚାଂୟତ ଭାବେ ଘୋଷଣା କରାଯାଇଛି।

ଏହି ପୁରସ୍କାର ବର୍ଗରେ ପୋଲସରା ବ୍ଲକର ମନ୍ଦାର ପଚାଂୟତକୁ ସାମାଜିକ ସୁରକ୍ଷିତ ପଚାଂୟତ ଭାବେ ସ୍ତ୍ରୀକୃତି ମିଳିଛି।ସେ ଦ୍ଵିତୀୟ ସ୍ଥାନ ରହିଛି। ସେହିପରି ନାନାଜୀ ଦେଶମୁଖ ସର୍ବୋତମ ପଚାଂୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲାକୁ ଜିଲା ପଚାଂୟତ ଭାବେ ପୁରସ୍କୃତ କରାଯିବ।ସେ ଦେଶରେ ୨ୟ ସ୍ଥାନ ରହିଛି ।ଗଞ୍ଜାମ ଜିଲାପାଳ ଭି.କିର୍ତି ଭାସନ, ଜିଲ୍ଲା ପରିଷଦ ନିର୍ବାହି ଅଧିକାରୀ ସମୀର ଜେନା, ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ, ଏପିଡି ବିଜୟ ବେହେରାଙ୍କ ସମେତ ପୋଲସରା ଓ ଛତ୍ରପୁର ବ୍ଲକ ବିଡ଼ିଓ, ପୋଟଲାମପୁର ସରପଞ୍ଚ ଓ ମନ୍ଦରା ସରପଞ୍ଚ ଉପସ୍ଥିତ ରହି ଟ୍ରଫି ଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା କୁ ମିଳିବ ୩ କୋଟି,ମନ୍ଦରା ପଂଚାୟତକୁ ମିଳିବ ୩୭.୫ ଲକ୍ଷ ଓ ପୋଟଲାମପୁର କୁ ମିଳିବ ୨୫ ଲକ୍ଷ ଟଙ୍କା। ଏହି ପୁରସ୍କୃତ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ରେ ସୁଅ ଛୁଟିଛି। ଏହା ଜିଲାପାଇଁ ଗୈାରବର ବିଷୟ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସ୍ଥାନୀୟ ଅଞ୍ଚଳରେ ବିକାଶ ଲକ୍ଷ୍ୟକୁ ନେଇ ଧାର୍ଯ୍ୟ ଥିବା ୯ ଗୋଟି ମାନଦଣ୍ଡ ରହିଛି,ଏହି ପୋଷଣୀୟ ବିକାଶ ଧାରା କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବାରେ ସଫଳ ହୋଇପାରିଛନ୍ତି। ଯାହା ଫଳରେ ଗଞ୍ଜାମ ଜିଲ୍ଲା ସର୍ବଭାରତୀୟସ୍ତରରେ ସୁନାମ ବଜାୟ ରଖିପାରିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ କହିଥିଲେ। ଏହି ଶ୍ରେୟ ଗଞ୍ଜାମ ବାସୀ ଙ୍କ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *